Back

ଆସନ୍ତା ୧୭ରୁ ଆରମ୍ଭ ହେବ ‘ଏକାମ୍ର ୱାକ୍ସ’: ଦଶହରା ଓ ୟୁଏମ୍‌ଆଇ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେଲ୍‌

Story illustration

ଆସନ୍ତା ୧୭ରୁ ଆରମ୍ଭ ହେବ ‘ଏକାମ୍ର ୱାକ୍ସ’। ଦଶହରା ଓ ୟୁଏମ୍‌ଆଇ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେଲ୍। ଆସନ୍ତା ୧୭ ଅକ୍ଟୋବରରୁ ଆରମ୍ଭ ହେବ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ‘ଏକାମ୍ର ୱାକ୍ସ’ର ଦଶମ ସଂସ୍କରଣ। ଦଶହରା ଅବସରରେ ୧୭ରୁ ୨୨ ଅକ୍ଟୋବର ପର୍ଯ୍ୟନ୍ତ ସ୍ୱତନ୍ତ୍ର ପ୍ରାତଃକାଳୀନ ପଦଯାତ୍ରା ଆୟୋଜନ କରାଯିବ।ଅକ୍ଟୋବର ୨୩ରୁ ୨୫ ତାରିଖ ଯାଏଁ ଭୁବନେଶ୍ୱରରେ ହେବାକୁ ଥିବା ‘ଅର୍ବାନ୍ ମୋବିଲିଟି ଇଣ୍ଡିଆ’ (ୟୁଏମ୍‌ଆଇ) ସମ୍ମିଳନୀର ପ୍ରତିନିଧିଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେଲ୍‌ର ବ୍ୟବସ୍ଥା ରହିଛି। ଏଥିରେ ମନ୍ଦିର ପରିଦର୍ଶନ, ପ୍ରକୃତି ଭ୍ରମଣ, ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ରୟ, ଧଉଳି ଓ ଉଦୟଗିରିର ଆଲୋକ ଓ ଶବ୍ଦ ପ୍ରଦର୍ଶନ ଏବଂ ରାତ୍ରିକାଳୀନ ଜଙ୍ଗଲ ସଫାରି ସାମିଲ ହୋଇଛି।''

ଏଥିସହ ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ଛାତ୍ର ନେତାମାନଙ୍କୁ ଶୁଭେଚ୍ଛା ଜଣାଇଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

ଚଳିତ ଋତୁରେ ‘ଲିଭିଂ ଟେମ୍ପଲ୍ ସିଟି ଟ୍ରେଲ୍’, ‘ଷ୍ଟୋରୀ ଅଫ୍ ଏ ପ୍ଲାନଡ୍ କ୍ୟାପିଟାଲ୍’, ‘ଓଡ଼ିଆ ଲିଟରେରୀ ଟ୍ରେଲ୍ ଓ ଲଷ୍ଟ ଗେମ୍ସ’, ‘ଭୁବନେଶ୍ୱର ବାଏ ନାଇଟ୍’ ଏବଂ ଲୋକପ୍ରିୟ ‘ସନ୍‌ଡେ ଡିଷ୍ଟ୍ରିକ୍ଟ ସିଗ୍ନେଚର ଫୁଡ୍ ଟ୍ରେଲ୍’ ଭଳି କାର୍ଯ୍ୟକ୍ରମ ରହିବ। ଏହାଦ୍ୱାରା ଅଂଶଗ୍ରହଣକାରୀମାନେ ସହରର ଐତିହ୍ୟ, ସ୍ଥାପତ୍ୟ, ଓଡ଼ିଆ ସଂସ୍କୃତି, ପାରମ୍ପରିକ ଖାଦ୍ୟ ଓ ପ୍ରାକୃତିକ ପରିବେଶକୁ ନିକଟରୁ ଜାଣିପାରିବେ। ‘ଏକାମ୍ର ୱାକ୍ସ’ର ନିୟମିତ କାର୍ଯ୍ୟକ୍ରମ ନଭେମ୍ବର ୧, ୨୦୨୬ରୁ ଆରମ୍ଭ ହୋଇ ଫେବୃଆରୀ ୨୮, ୨୦୨୭ ପର୍ଯ୍ୟନ୍ତ ଚାଲିବ। ଭ୍ରମଣ ସମୟସୂଚୀ, ଟିକେଟ୍ ଓ ବୁକିଂ ସମ୍ପର୍କିତ ବିବରଣୀ www.ekamra-walks.com ୱେବସାଇଟ୍‌ରେ ଉପଲବ୍ଧ ହେବ।''

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

The full article is being collected. Available text is shown for now.

Back
Share this story

Get the daily newsletter →

Ask globalread.info

AI news & website helper
What would you like to explore?

I can find stories, explain headlines, or help you use globalread.info.

AI can make mistakes. Check the linked sources. Questions are sent to OpenAI.