Back

ଆଜି ଶପଥ ନେବେ ନିର୍ବାଚିତ ନୂଆ ଛାତ୍ର ନେତା….ନୂଆ ଛାତ୍ରଙ୍କ ନେତୃତ୍ବ ଆଗରେ ନୂଆ ଆହ୍ବାନ

Story illustration

ଆଜି ଶପଥ ନେବେ ନିର୍ବାଚିତ ନୂଆ ଛାତ୍ର ନେତା । ଆଜି କଲେଜ କ୍ୟାମ୍ପସରେ ବିଜୟୀ ପ୍ରାର୍ଥୀଙ୍କର ହେବ ଶପଥ ଗ୍ରହଣ ସମାରୋହ। ଯାହାକୁ ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ନୂଆ ଛାତ୍ର ନେତୃତ୍ବ ଆଗରେ ନୂଆ ଆହ୍ବାନ । ଶପଥ ପରେ କ୍ୟାମ୍ପସକୁ ବିକାଶକୁ ଗୁରୁତ୍ବ । ଦୀର୍ଘ ୮ ବର୍ଷର ପ୍ରତିକ୍ଷାରେ ପଡିଛି ପୂର୍ଣ୍ଣଛେଦ ।

୧୨ ବିଶ୍ବବିଦ୍ୟାଳୟ ଓ ୩୨୫ ମହାବିଦ୍ୟାଳୟରେ ହୋଇଛି ନିର୍ବାଚନ। ଗତକାଲି ବାହାରିଥିଲା ଫଳାଫଳ । ଆଉ ଚଳିତ ଥର ଛାତ୍ର ସଂସଦ ନିର୍ବାଚନରେ ରାଜ୍ୟ ସାରା ବିଭିନ୍ନ କ୍ୟାମ୍ପସରେ ନିଜ ପତିଆରା ଜାହିର କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ।

ଏବେ ପର୍ଯ୍ୟନ୍ତ ଥିବା ତଥ୍ୟ ଅନୁସାରେ ମୋଟ୍ ୩୩୭ ଆସନରୁ ୧୧୭ ଆସନରେ ବାଜିମାତ୍ କରିଛି ABVP । BCJD ୭୧ ଆସନରେ ଜିତିଥିବା ବେଳେ ମାତ୍ର ଦୁଇଟି ଆସନ ଜିତି ପାରିଛି NSU I। ୧୬ ଆସନରେ ସ୍ବାଧୀନ ପ୍ରାର୍ଥୀ ବାଜି ମାରିଛନ୍ତି । ଛାତ୍ରଛାତ୍ରୀମାନେ ଅବିର ଖେଳିବା ସହ ବାଜା-ରୋଷଣୀରେ ନାଚିଗାଇ ବିଜୟ ଉତ୍ସବ ପାଳନ କରିଛନ୍ତି।

କାଲି ଦିନଯାକ ଥିଲା କ୍ୟାମ୍ପସ ସରଗରମ। ଉତ୍କଳ ବିଶ୍ବ ବିଦ୍ୟାଳୟ ସମେତ ୧୧୭ରୁ ଅଧିକ ଆସନରେ ABVPର ବାଜିମାତ ହୋଇଛି। ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ (ବାଣୀ ବିହାର) ଅନୁଷ୍ଠିତ ହୋଇଥିବା ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପ୍ରାର୍ଥୀ ବାଜିମାତ କରିଛନ୍ତି। ଏବିଭିପି (ABVP) ପକ୍ଷରୁ ଅଭିରାମ ମିଶ୍ର ସଭାପତି ଏବଂ ଆୟୁଶ୍ରୀ ପ୍ରଧାନ ସାଧାରଣ ସମ୍ପାଦିକା ଭାବରେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନ ପାଇଁ ଗୁରୁବାର (ଅକ୍ଟୋବର ୧୫) ସକାଳ ଆଠଟାରୁ (08.00 AM) ଅପରାହ୍ନ ଦୁଇଟା (02:00 PM) ପର୍ଯ୍ୟନ୍ତ ମତଦାନ ହୋଇଥିଲା।

ଏଥି ସହ ପଢନ୍ତୁ: ବାଣୀ ବିହାରରେ ବାଜିମାରିଲା ଏବିଭିପି; ହାତେଇଲା ସଭାପତି-ସାଧାରଣ ସମ୍ପାଦିକା ପଦ...

ଏହି ନିର୍ବାଚନ ପାଇଁ ଗୁରୁବାର-ଶୁକ୍ରବାର ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭୋଟ ଗଣତି ହୋଇଥିଲା। ସଭାପତି ପଦ ପାଇଁ ମୁଖ୍ୟତଃ ଏବିଭିପି ପ୍ରାର୍ଥୀ ଅଭିରାମ ମିଶ୍ର, କଂଂଗ୍ରେସ ଛାତ୍ର ସଙ୍ଗଠନ ପ୍ରାର୍ଥୀ (ଏନଏସୟୁଆଇ) ପ୍ରାର୍ଥୀ ସୌରଭ ବେହେରା ଏବଂ ବିଜୁ ଛାତ୍ର ଜନତା ଦଳ (ବିସିଜେଡ଼ି) ପ୍ରାର୍ଥୀ ସୂର୍ଯ୍ୟନାରାଣ ନାୟକଙ୍କ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହୋଇଥିଲା। ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ଏବିଭିପି ପ୍ରାର୍ଥୀ ଆୟୁଶ୍ରୀ ପ୍ରଧାନ, ଏନଏସୟୁଆଇ (NSUI) ଦିବ୍ୟଦର୍ଶନ ଦାସ, ବିସିଜେଡ଼ି (BCJD) ପ୍ରାର୍ଥୀ ସମ୍ବିତ ସୁମନ ରଥଙ୍କ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହୋଇଥିଲା।

ସେହିପରି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି । BCJD ସଭାପତି ପ୍ରାର୍ଥୀ ସୋନାଲି ବେହେରା ଏହି ନିର୍ବାଚନରେ ବିଜୟୀ ହୋଇଛନ୍ତି। BCJDର ଉପସଭାପତି ପ୍ରାର୍ଥୀ ଅର୍ପିତା ମହାପାତ୍ର ଏବଂ BCJDର ସାଧାରଣ ସମ୍ପାଦିକା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ବିଶ୍ବାଳ ମଧ୍ୟ ବିଜୟୀ ହୋଇଛନ୍ତି।

The full article is being collected. Available text is shown for now.

Back
Share this story

Get the daily newsletter →

Ask globalread.info

AI news & website helper
What would you like to explore?

I can find stories, explain headlines, or help you use globalread.info.

AI can make mistakes. Check the linked sources. Questions are sent to OpenAI.